ଖୁବଶୀଘ୍ର ରାଉରକେଲାରୁ ଉଡିବ ବିମାନ, ଏଏଆଇ-ସେଲ ଚୁକ୍ତି ସ୍ବାକ୍ଷର

ରାଉରକେଲା – ଖୁବଶୀଘ୍ର ରାଉରକେଲା ବିମାନ ବନ୍ଦରରୁ ବିମାନ ଉଡ଼ିବ। ବାଣିଜ୍ୟିକ ବିମାନ ସେବା ପାଇଁ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣ -ଏଏଆଇ ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଟିଆ ଲିମିଟେଡ୍‌-ସେଲ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଇଛି। ବିମାନବନ୍ଦରର ସ୍ଵତ୍ଵାଧିକାର ସେଲ୍‌ ପାଖରେ ରହିବ। ଏ ବାବଦ ଆନୁସଙ୍ଗିକ ବ୍ୟୟ ମଧ୍ୟ ସେଲ୍‌ ବହନ କରିବ। ସେଲ୍‌ ଆରଏସପି ପକ୍ଷରୁ ଏଏଆଇ ବିମାନବନ୍ଦର ପରିଚାଳନା ଓ ପ୍ରବନ୍ଧନ ଦାୟିତ୍ଵ ନିର୍ବାହ କରିବ। ଓଡ଼ିଶା ସରକାର ବିମାନବନ୍ଦରର ସୁରକ୍ଷା, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା ଯୋଗାଇବେ। ଚୁକ୍ତିନାମାରେ ସେଲ୍‌ ପକ୍ଷରୁ ଆର୍‌ଏସ୍‌ପି କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ. ଶତପଥୀ ଏବଂ ଏଏଆଇ ପକ୍ଷରୁ ଜେଭିସି/ପିପିପି ଇଡି-୨ ଏନ. ସୁବ୍ବାରାୟୁଡ଼ୁ ସ୍ଵାକ୍ଷର କରିଥିଲେ ।

୨୦୧୮ ମସିହାରେ ସେଲ୍‌ ଉଡାନ୍‌ ଯୋଜନା ଅଧୀନରେ ବାଣିଜ୍ୟିକ ବିମାନ ସେବା ନିମନ୍ତେ ଏଏଆଇ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲା। ତେବେ ଇତିମଧ୍ୟରେ ଏହାର ଅବଧି ଶେଷ ହୋଇ ସାରିଥିଲା। ପୁଣି ଚୁକ୍ତିନାମାର ଆବଶ୍ୟକ ଥିବାରୁ ଏହାକୁ ଯଥାଶୀଘ୍ର ଶେଷ କରି ବିମାନ ସେବା ଆରମ୍ଭ କରିବାକୁ ଦାବି ହୋଇଥିଲା ।

Comments are closed.