ପ୍ରୋ ଲିଗ୍ ହକି : ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଭୁବନେଶ୍ବର – ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ପ୍ରୋ ଲିଗ୍‌‌ର ଚତୁର୍ଥ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟରରେ ଆଉ ୨ଟି ଗୋଲ କରି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା। ଏହି ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଆସନ୍ତାକାଲି ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ ।

Comments are closed.