କୃଷି ବୀମା ପ୍ରଦାନରେ ଅନିୟମିତତା ଅଭିଯୋଗ, ବରଗଡ଼ରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼: କୃଷି ବୀମା ପ୍ରଦାନରେ ଅନିୟମିତତା ଅଭିଯୋଗ। ବରଗଡ଼ରେ କୃଷକମାନଙ୍କ ପାଇଁ ଉଦ୍ଧିଷ୍ଟ କୃଷିବୀମା ପ୍ରଦାନରେ ବ୍ୟାପକ ହେରଫେର ହୋଇଥିବା ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ସୋମବାର ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଜି ବରଗଡ ଗାନ୍ଧିଛକ ଠାରେ ଗଣ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ପରେ ବିକ୍ଷୋଭ ପ୍ରଦର୍ଶନ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂହ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରାଜ୍ଯ ଯୋଜନା ବୋର୍ଡ଼ ସଦସ୍ୟ ସାଧୁ ନେପାକ, ଚାଷୀ ନେତା କିଶୋର ଦେବତା, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିଲ୍ଲା ମହିଳା ସଭାପତି ନିଲ କୁମାରି ନାୟକ, ସଭାର ସଭାପତି ପ୍ରଫୁଲ୍ଲ ନାୟକ,ଦଳୀୟ ଅଧ୍ୟକ୍ଷ ଅଧ୍ୟକ୍ଷା, ସଭାପତି ତଥା ଦଳୀୟ ଜିଲ୍ଲା ନେତୃବୃନ୍ଦ ଯୋଗ ଦେଇଥିଲେ ।

Comments are closed.