କେନ୍ଦୁଝର ଜିଲ୍ଲାରେ କାରକୁ ଧକ୍କା ଦେଲା ହାଇୱ।, ୪ ମୃତ | News Room Odisha

କେନ୍ଦୁଝର ଜିଲ୍ଲାରେ କାରକୁ ଧକ୍କା ଦେଲା ହାଇୱ।, ୪ ମୃତ

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ଏକ କାର୍‌କୁ ଧକ୍କା ଦେଇଥିଲା ଗୋଟିଏ ଦ୍ରୁତଗାମୀ ହାଇୱ। । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ‌ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଗାଁ ବ୍ଲକ୍ ପିପିଳିଆ ଗ୍ରାମର ଚିତ୍ତରଞ୍ଜନଙ୍କ ନାଏକ, ହୃଷୀକେଶ ସିଂହ, ନରୋତ୍ତମ ସିଂହ ଓ ଘଟଗାଁ ବ୍ଲକର ପୂର୍ବତନ ଅଧକ୍ଷ ପ୍ରକାଶ ନାଏକ ଏକ କାର୍‌ରେ କେନ୍ଦୁଝରରୁ ଫେରୁଥିଲେ। ଫେରିବା ବାଟରେ ବଡ଼ପସି ନିକଟରେ ଏକ ହାଇୱା ସହିତ କାର୍ ର ଧକ୍କା ହୋଇଥିଲା। ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।