ଧାମନଗର ଉପନିର୍ବାଚନରେ ୬୬ ପ୍ରତିଶତରୁ ଅଧିକ ମତଦାନ, ନଭେମ୍ବର ୬ରେ ଗଣତି | News Room Odisha

ଧାମନଗର ଉପନିର୍ବାଚନରେ ୬୬ ପ୍ରତିଶତରୁ ଅଧିକ ମତଦାନ, ନଭେମ୍ବର ୬ରେ ଗଣତି

ଭଦ୍ରକ – ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି । ମତଦାନ ହାର ୬୬ ଦଶମିକ ୩୩ ପ୍ରତିଶତ ରହିଛି । ମୋଟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହୋଇଛି ।

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

ନିର୍ବାଚନ ପାଇଁ ତିିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେବାକୁ ଆଶାବାଦୀ ଅଛନ୍ତି । ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୁରଜ , କଂଗ୍ରେସର ହରେକୃଷ୍ଣ ସେଠୀଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହେଉଛି । ନଭେମ୍ବର ୬ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ।