କନ୍ୟା ସନ୍ତାନର ମାଆ ହେଲେ ଆଲିଆ 

ମୁମ୍ବାଇ – ମା’ ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରଣବୀର ଓ ଆଲିଆ ବାପା-ମା’ ହୋଇଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ଆଲିଆ ଭଟ୍ଟ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ରଣବୀର କପୁର ମଧ୍ୟ ଯାଇଥିବା ଦେଖିବାକୁ ମିଳିଥିଲା। ସେଠାରେ ହିଁ ସେ ତାଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

Comments are closed.