ଆରମ୍ଭ ହେଲା ବରଗଡ଼ ଧନୁଯାତ୍ରା କଳାକାର ଚୟନ, ଉଗ୍ରସେନ ଭୂମିକା ପାଇଁ ଚାଲିଛି କଳାକାର ଅଡିସନ

ବରଗଡ଼: ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ୭୫ତମ ଧନୁଯାତ୍ରାକୁ ଏଥର ପ୍ଳାଟିନମ୍ ଜୁବଲି ଭାବେ ପାଳନ କରlଯାଉଥିବାରୁ କଳାକାର ଚୟନ ଓ ସଂଳାପ ଉପରେ ପ୍ରାଥମିକତା ଦିଆଯାଇଛି l ସେହିକ୍ରମରେ ଆଜିଠାରୁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି l

ପଶ୍ଚିମ ଓଡ଼ିଶା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସାମିଲ ହୋଇ ଅଡିସନରେ ଅଂଶଗ୍ରହଣ କରିଛନ୍ତି l ଉଗ୍ରସେନ ଭୂମିକାରୁ ଅଡିସନ ଆରମ୍ଭ ହୋଇଥିବା ବେଳେ ଆଜି ଦେବକୀ ଓ ବସୁଦେବ ଭୂମିକାର ଅଡିସନ ନିଆଯିବ ବୋଲି କଳାକାର ଚୟନ କମିଟି ସୂତ୍ରରୁ ଜଣାପଡିଛି l ଆସନ୍ତାକାଲି ଗ୍ରହଣ ପାଇଁ ଚୟନ ପ୍ରକ୍ରିୟାକୁ ବନ୍ଦ ରହିବାକୁ ଥିବା ବେଳେ ୯ ଓ ୧୦ ତାରିଖରେ ଅନ୍ୟ ଭୂମିକା ପାଇଁ ଚୟନ କରାଯିବ ବୋଲି ସମିତିର ସମ୍ପାଦକ ସୁରେଶ୍ଵର ଶତପଥିଙ୍କ ଠାରୁ ଜଣାପଡିଛି l

Comments are closed.