ଖଲ୍ଲିକୋଟ ନିକଟରେ ଶୁଖୁଆ ବୋଝେଇ ଗାଡ଼ି ଓଲଟି ୮ ଆହତ

ଛତ୍ରପୁର: ଜାତୀୟ ରାଜପଥ-୧୬ ଅନ୍ତର୍ଗତ ଖଲ୍ଲିକୋଟ ନିକଟ ଲଙ୍ଗଳେଶ୍ବର ଠାରେ ଶୁଖୁଆ ବୋଝେଇ ଭ୍ୟାନ୍ ଓଲଟି ୮ ଜଣ ଆହତ ହୋଇଛନ୍ତି। ଏମାନେ ହେଉଛନ୍ତି ପୁରୀ ପେଣ୍ଠକଟା ଅଞ୍ଚଳର ମହିଳା ମତ୍ସ୍ୟଜୀବୀ। ଶନିବାର ସକାଳୁ ଏମାନେ ହୁମ୍ମା ଶୁଖୁଆ ହାଟକୁ ବ୍ୟବସାୟ ପାଇଁ ଆସୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ।ଡିଭାଇଡର୍ ସହ ପିଟି ହୋଇ ଭ୍ୟାନ୍ (ଓଡି୦୭ଏଫ୍ ୬୫୭୩) ଓଲଟି ପଡ଼ିଥିଲା। ଖଲ୍ଲିକୋଟ ପୋଲିସ, ଦମକଳ ବାହିନୀ ଆହତମାନଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୪ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ପଠାଇ ଦିଆଯାଇଛି।

Comments are closed.