ନାଗସାପର ଦାନ୍ତ କାଟିଥିବା ବ୍ୟକ୍ତି ଗିରଫ | News Room Odisha

ନାଗସାପର ଦାନ୍ତ କାଟିଥିବା ବ୍ୟକ୍ତି ଗିରଫ

ବଲାଙ୍ଗୀର – ବଲାଙ୍ଗୀର ବିଲେଇସର୍ଡାରେ ନାଗସାପ ଦାନ୍ତ କଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦାନ୍ତ କାଟିଥିବା ଅଭିଯୁକ୍ତ ବୀର ବିଶ୍ବାଳକୁ ଗିରଫ କରିଛି ବନ ବିଭାଗ। ଆଜି ତାଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ। ନେଲକଟରରେ ସାପକୁ ଛଟପଟ କରି ଗୋଟେ ପରେ ଗୋଟେ ଦାନ୍ତ କଟାଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ଏହାପରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ବୀର ବିଶ୍ବାଳ ଫେରାର ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବୀରଙ୍କୁ ଗିରଫ କରାଯାଇଛି । କିଛି ଲୋକଙ୍କ ଆଗରେ ଅତି ନୃଶଂସ ଭାବେ ସାପ ଦାନ୍ତ ନେଲକଟର ସାହାଯ୍ୟରେ କାଟିଥିଲା ବୀର। ଏସବୁ ଦୃଶ୍ୟର ପାଖରେ ଥିବା ଲୋକ ମଜା ନେଉଥିଲେ।