ଠିକା ସଂସ୍ଥାକୁ ଚାନ୍ଦା ମାଗିବା ଅଭିଯୋଗରେ ଶ୍ରମିକ ନେତା ଗିରଫ | News Room Odisha

ଠିକା ସଂସ୍ଥାକୁ ଚାନ୍ଦା ମାଗିବା ଅଭିଯୋଗରେ ଶ୍ରମିକ ନେତା ଗିରଫ

ବୌଦ୍ଧ,୧୫/୧୧ : ବେସରକାରୀ ଠିକା ସଂସ୍ଥାକୁ ଚାନ୍ଦା ମାଗି ଗିରଫ ହେଲେ ଶ୍ରମିକ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଳା ହରଭଙ୍ଗା ଥାନା ଛତରଙ୍ଗ ପଞ୍ଚାୟତ ଖରଭୁଇଁ ଠାରେ ଏଆରଏସଏସ ନାମକ ଏକ ବେସରକାରୀ ଠିକା ସଂସ୍ଥା ଦୀର୍ଘ ୨୦୦୯ ମସିହାରୁ ଏକ କ୍ରସର ସ୍ଥାପନ କରି କାମ କରିଆସୁଥିଲା। ଏହା ସହ ଉକ୍ତ ଖରଭୁଇଁ ଗ୍ରାମରେ ଏହା ଭିତରେ ଆଉ ୩ ଗୋଟି କ୍ରସର ସ୍ଥାପନ ହୋଇଛି। କ୍ରସର ଯୋଗୁଁ ଖରଭୁଇଁ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ଚାଷ ଓ ଘରଦ୍ୱାର ନଷ୍ଟ ହେଉଥିବା ଅଭିଯୋଗ ନେଇ ଗ୍ରାମବାସୀ ମାନେ ଶ୍ରମିକ ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ବହୁବାର ପ୍ରଶାସନ ଆଗରେ ବିରୋଧ କରିଆସୁଥିଲେ। ଫଳରେ ଜିଲ୍ଲାପାଳ ପଂଚାୟତ ନିର୍ବାଚନ ପୁର୍ବରୁ କ୍ରସର ବନ୍ଦ କରୁବାକୁ କହିଥିଲେ। କିନ୍ତୁ ଗତ ପୁର୍ବତନ ଜିଲ୍ଲାପାଳଙ୍କ କାର୍ଯ୍ୟରୁ ଅବସର ନେବା ପରେ ପୁନଃ କ୍ରସର ଚାଲିବାକୁ ଅନମୁତି ଦେଇଥିଲେ । ପ୍ରଶାସନ କ୍ରସର ପୁନଃ ଚାଲିବା ନିଷ୍ପତରେ ପ୍ରତିବାଦରେ ଗ୍ରାମବାସୀ ଆନ୍ଦୋଳନ କରିବା ସହ ଦୀର୍ଘ ୧୫ ଦିନ ହେବ ଗ୍ରାମର ପୁରୁଷ , ମହିଳା ଓ ଛାତ୍ର ଛାତ୍ରୀମାନେ ସରାଡିଖୋଲ ରାସ୍ତାରେ ଧାରଣା ଦେଇ ଆସୁଛନ୍ତି । ଏପେଟ କିନ୍ତୁ କ୍ରସର ବନ୍ଦ ହୋଇଯିବା ପରେ ବେସରକାରୀ ଠିକା ସଂସ୍ଥା ଗତ ୨୦୧୫ ମସିହା ଠାରୁ ଶ୍ରମିକ ନେତା ଅବକାଶ ସାହୁ ଜୋର ଜବରଦସ୍ତ ଧମକାଇ ଚାନ୍ଦା ମାଗୁଥିବା ନେଇ ଗତ ୨୧.୧୦ ୨୨ ରେ ପ୍ଲାଣ୍ଟ ମ୍ୟାନେଜର ଏକ ଏତେଲା ହରଭଙ୍ଗା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏନେଇ ହରଭଙ୍ଗା ଥାନା ପକ୍ଷରୁ ଥାନା କେସ ନଂ ୯୨/୨୨ ରେ ଏକ ମାମଲା ରୁଜ କରି ପୁଲିସ ତଦନ୍ତ ଆରମ୍ଭ କରଥିଲା । ଅବକାଶ ସାହୁ ମଙ୍ଗଳବାର ଦିନ ଭୁବନେଶ୍ୱର ପରିବାର ସହ ଯାଉଥିବା ବେଳେ ପୁଲିସ ବୌଦ୍ଧ ନୟାଗଡ଼ ସୀମାନ୍ତରୁ ପୁଲିସ ଉକ୍ତ ମାମଲାରେ ଗିରଫ କରିଛି ।