ଚନ୍ଦ୍ରଗିରି: ଦୁର୍ଘଟଣାରେ ୨ ଗୁରୁତର, ଭିଡିଓ ଭାଇରାଲ୍ | News Room Odisha

ଚନ୍ଦ୍ରଗିରି: ଦୁର୍ଘଟଣାରେ ୨ ଗୁରୁତର, ଭିଡିଓ ଭାଇରାଲ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ନିକଟ ଚନ୍ଦ୍ରଗିରିରେ କାର୍ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଚନ୍ଦ୍ରଗିରି ଗ୍ରାମର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାଙ୍କୁଡ। ସେମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସେଥିରୁ ସ୍ପଷ୍ଟ ହେଉଛି ଯେ ରାସ୍ତା ପାର୍ଶ୍ବରେ ଜଣେ ବାଇକ୍ ଆରୋହୀ ଠିଆ ହୋଇଥିଲା ବେଳେ ତାଙ୍କ ନିକଟକୁ ଆଉ ଜଣେ ଆସି କଥା ହେଉଥିଲେ। ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ତଥା ଅନିୟନ୍ତ୍ରିତ ଅବସ୍ଥାରେ ଆସି ସେମାନଙ୍କୁ ଧକ୍କା ଦେଇ ଆଗକୁ ଚାଲି ଯାଉଛି। କାରଟି ଆର୍.ଉଦୟଗିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଚନ୍ଦ୍ରଗିରି ମୁଖ୍ୟ ରାସ୍ତା କଡ଼ରେ ଏହି ଦୁର୍ଘଟଣା ଘଟାଇଥିଲା। କାର୍ ଓ ଡ୍ରାଇଭରକୁ ପୋଲିସ ଚନ୍ଦ୍ରଗିରି ଫାଣ୍ଡରେ ଅଟକ ରଖି ପଚରାଉଚରା କରୁଛି।