ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଶିକ୍ଷକ ଗୁରୁତର 

ବ୍ରହ୍ମପୁର: ସମ୍ପର୍କୀୟଙ୍କୁ ପରିବାର ଲୋକଙ୍କ ମୃତ୍ୟୁ ଖବର ଦେବାକୁ ଯାଉଥିଲେ। ହେଲେ ନିଜେ ଦୁର୍ଘଟଣାର ଶୀକାର ହୋଇ ମୃତକ ପାଲଟିଗଲେ ଖୋର୍ଦ୍ଧା ଜିଲ୍ଲାର ଜିତେନ୍ଦ୍ର ନାଇକ। ଏହି ମର୍ମନ୍ତୁଦ ଦୁର୍ଘଟଣାର ଶୀକାର ହୋଇ ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳର ଜଣେ ଶିକ୍ଷକ ଭଗବାନ ବେହେରା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଠାରୁ ପିତାତଳି ଯିବା ରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।

Comments are closed.