ଉପନିର୍ବାଚନ ପାଇଁ ପଦ୍ମପୁରରେ ଡିସେମ୍ବର ୫ରେ ସରକାରୀ ଛୁଟି

ଭୁବନେଶ୍ବର – ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ଭୋଟ ଗ୍ରହଣ ହେବ । ସମସ୍ତେ ଯେପରି ନିଜର ମତାଧିକାର ସାବ୍ୟସ୍ତ କରିପାରିବେ, ସେଥିପାଇଁ ସେହିଦିନକୁ ପଦ୍ମପୁର ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଡିସେମ୍ବର ୫ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସରକାରୀ ଛୁଟି ରହିବ। ସରକାରଙ୍କ ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଓ କୋର୍ଟ ଭୋଟ ଦିନ ବନ୍ଦ ରହିବ।

Comments are closed.