ଆଜିଠୁ ଦଶମ ଶ୍ରେଣୀ ସମ୍ମେଟିଭ -୧ ପରୀକ୍ଷା, ୫ ଲକ୍ଷରୁ ଅଧିକ ପରିକ୍ଷାର୍ଥୀ 

ଭୁବନେଶ୍ୱର – ଆଜିଠୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା। ଆଜି ଇଂରାଜୀ ପରୀକ୍ଷା ରହିଛି । ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ଏଥର ପରୀକ୍ଷା ପାଇଁ ମୋଟ ୩ ହଜାର ୨୯ଟି ସେଣ୍ଟର କରାଯାଇଛି । ମାଓ ପ୍ରବଣ ଅଞ୍ଚଳ କନ୍ଧମାଳ ଜିଲ୍ଲାରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ଥାନାରେ ନୋଡ଼ାଲ ସେଣ୍ଟର କରାଯାଇଛି। ଚଳିତଥର ୫ ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ଭିତରକୁ କେବଳ କଲମ ଓ ଆଡମିଟ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ ।

Comments are closed.