ପ୍ରଚଣ୍ଡ ଶବ୍ଦରେ ଥରିଲା ତିନି ଜିଲ୍ଲାର କିଛି ଅଞ୍ଚଳ

ଭୁବନେଶ୍ବର – ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। ଶକ୍ତିଶାଳୀ ବୋମା ବିସ୍ଫୋରଣ ଭଳି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି । ଶବ୍ଦରେ ଥରିଉଠିଥିଲା ତିନି ଜିଲ୍ଲାର କିଛି ଅଞ୍ଚଳ । ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।

ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଦ ପରେ ଲୋକେ ଭୟଭୀତ ହୋଇଯାଇଥିଲା । ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଥିଲା ପୁରା ଅଞ୍ଚଳ। ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। କିଛି ଏହାକୁ ଭୂକମ୍ପ ଝଟକା କହୁଥିଲେ ନ୍ୟାସନାଲ ସେଂଟର ଫର୍ ସେସମୋଲୋଜି ଏ ବାବଦରେ କିଛି ସୂଚନା ଦେଇନାହିଁ।

Comments are closed.