ବୈଧ କାଗଜପତ୍ର ନଥାଇ ଚାଲୁଥିବା ଗାଡ଼ି ଧରିବା ପାଇଁ ପରିବହନ ବିଭାଗର ଇ-ଡିଟେକସନ ଯୋଜନା

କଟକ – ବୈଧ କାଗଜପତ୍ର ବିନା ଚାଲୁଥିବା ଗାଡ଼ିକୁ ଇ-ଡିଟେକ୍ସନ ଦ୍ବାରା ଧରାଯିବ। ଡକ୍ୟୁମେଣ୍ଟ ଅପଡେଟ୍ ନଥାଇ ଚାଲୁଥିବା ଗାଡିକୁ ଧରିବାକୁ ଳ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ କଟାଯିବ। ୨୦୨୩ ଜାନୁଆରୀ ପହିଲାରୁ ଜାତୀୟ ରାଜପଥରେ ଇ-ଡିଟେକସନ ଲାଗୁ କରିବାକୁ ବିଭାଗ ଯୋଜନା କରିଛି।

ପରିବହନ ବିଭାଗର ନିୟମ ଅନୁସାରେ ଏକ ଯାନ ସର୍ବସାଧାରଣ ରାସ୍ତାରେ ଯିବା ପାଇଁ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ ଭଳି ବୈଧ କାଗଜପତ୍ର ରହିବା ବାଧ୍ୟତାମୂଳକ। ଯଦି ଏହା ଏକ ପରିବହନ ଗାଡି ତେବେ ବୀମା, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ସମସ୍ତ ଡ୍ରାଇଭରଙ୍କ ପାଇଁ ବାଧ୍ୟତାମୂଳକ। ବୈଧ କାଗଜପତ୍ର ବିନା ବହୁ ସଂଖ୍ୟକ ଗାଡ଼ି ଚଳାଚଳ କରୁଛି। ଓଡ଼ିଶାର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଦେଇ ଯାଉଥ‌ିବା ଏଭଳି ଗାଡିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଏକ ଇ-ଡିଟେକସନ ପୋର୍ଟାଲ ପ୍ରସ୍ତୁତ କରୁଛି।

Comments are closed.