ପ୍ରତିଟି ଜୀବନ ମୂଲ୍ୟବାନ: ରକ୍ତହୀନତା ଦୂର ପାଇଁ ରାଜ୍ୟ ସରକାରଙ୍କ ଅମ୍ଳାନ ଯୋଜନା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ରକ୍ତହୀନତା ରୋଗରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ଅମ୍ଳାନ’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରାମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ଉପକୃତ ହେବେ ୧ କୋଟି ୩୭ ଲକ୍ଷଲୋକ । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଯୋଜନା କାର୍ଯ୍ୟକାରୀ ହେବ । ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଥିବା ରାଜ୍ୟ ସରକାରଙ୍କ ଅମ୍ଳାନ ଯୋଜନାରେ ଫୋକସରେ ରହିବେ ମହିଳା, ଶିଶୁ ଓ ଗର୍ଭବତୀ ମହିଳା ।

Comments are closed.