ପଦ୍ମପୁର ଉପ ନିର୍ବାଚନ: ବ୍ୟାଙ୍କ ପ୍ରବନ୍ଧକମାନଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବ୍ୟାଙ୍କ ପ୍ରବନ୍ଧକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ନିର୍ବାଚନ ଚାଲିଥିବା ଯୋଗୁଁ ବ୍ୟାଙ୍କ ଗୁଡିକ ରେ ଜମା ଓ ଉଡାଣ ଉପରେ ଆଲୋଚନା ହୋଇଥିଲା। ଏକ ଲକ୍ଷରୁ ଊର୍ଦ୍ଧ୍ବ ଅନିୟମିତ ଏବଂ ସନ୍ଦେହଜନକ ଟଙ୍କା ଜମା ଓ ଉଠାଣ, ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ, ଗୋଟିଏ ଆକାଉଣ୍ଟ୍ ରୁ ବହୁ ଜଣ ଆକାଉଣ୍ଟକୁ ଟଙ୍କା ପଠାଇବା ବାବଦରେ ସଚେତନ ରହିବାକୁ ନିର୍ଦ୍ଦେଶ କରିଥିଲେ। ନିର୍ବାଚନ ଲଢୁଥିବା କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ସ୍ତ୍ରୀ , ସ୍ବାମୀ କିମ୍ବା ନିର୍ଭରଶୀଳ ପରିବାର ସଦସ୍ୟ ଯାହାକି ତାଙ୍କ ଆଫିଡେବିଡରେ ଉଲ୍ଲେଖ ଥିବା ଆକାଉଣ୍ଟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସେହିପରି ଏକ ଲକ୍ଷରୁ ୧୦ ଲକ୍ଷ ଜମା ଓ ଉଠାଣ ସନ୍ଦେହାତ୍ମକ ଆୟକର ବିଭାଗର ନୋଡାଲ ଅଫିସରଙ୍କୁ ଜଣାଇବାକୁ କହିଥିଲେ । ବୈଠକରେ ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ ଡିଏମ ରାମପ୍ରସାଦ ଗୁପ୍ତା , ଏସପି ସ୍ମିତ ପର୍ମାର ପୁରୁଷୋତ୍ତମ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଆଦିତ୍ୟ ଗୋୟଲ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.