ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଆଗତ ହେବ ୨୦୨୨-୨୩ ପାଇଁ ଅତିରିକ୍ତ ବଜେଟ

ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗୃହ କାର୍ଯ୍ୟ ଆରମ୍ଭ ହେବ । ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଡିସେମ୍ବର ୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ହୋଇ ତାହା ପାରିତ ହେବ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ନିଶମ ସଂଶୋଧନ ବିଲ୍ -୨୦୨୨ ବିଚାର ଓ ପାରିତ ପାଇଁ ଗୃହରେ ଉପସ୍ଥାପନ କରିବେ । ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ଅର୍ଚ୍ଚନା ନାଗ, ଚାଷୀ, ଦରବୃଦ୍ଧି, ବେକାରୀ ସମସ୍ୟା ଓ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ଭଳି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି। ଅଧିବେଶନ ଆରମ୍ଭ ପୂର୍ବରୁ ବିଜେଡି ବିଧାୟକ ଦଳର ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସି ରଣନୀତି ସ୍ଥିର କରାଯିବ ।

Comments are closed.