କାର୍ତ୍ତିକେଶ୍ୱର ମେଢ଼ ଭସାଣ ବେଳେ ବାଣ ଫୁଟି ୩୦ରୁ ଅଧିକ ଆହତ

କେନ୍ଦ୍ରାପଡ଼ା – କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣ ବେଳେ ଅଘଟଣ । ବାଣ ଫୁଟି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିଲା । ବାଣୁଆ ଷ୍ଟକ୍ ରଖିଥିବା ବାଣ ଏକାଥରକେ ଫୁଟିଯାଇଥିଲା ।

Comments are closed.