ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ୱର- ରାଜ୍ୟରେ ଆଜିଠୁ ପୁଣି ଶୀତ ବଢିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇପାରେ । ବଙ୍ଗୋପସାଗରରେ ସୃଦୃଶ୍ୟ ଲଘୁଚାପ ଦୁର୍ବଳ ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ କମିବ । ଗତକାଲି ରାତିରେ ରାଜ୍ୟରେ ଶୀତ ପ୍ରକୋପ ସେତେ ନଥିଲା । ଅଧିକାଂଶ ସ୍ଥାନର ତାପମାତ୍ରା ପ୍ରାୟ ସ୍ବାଭାବିକ ରହିଥିବା ବେଳେ ୧୩.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା ।

ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୨୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇପାରେ । ଉପକୂଳରେ ୩ ଡିଗ୍ରୀ ଓ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୧.୫ ଡିଗ୍ରୀ କମିପାରେ । ୨୭ ତାରିଖରୁ ଉପକୂଳରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୨୯ ତାରିଖ ସୁଦ୍ଧା ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୨୭ ଓ ୨୮ ତାରିଖ ୨ ଦିନରେ ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିବ ।

Comments are closed.