କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟାଇବା ଅନୁମତି ନଥିଲା : କେନ୍ଦ୍ରାଞ୍ଚଳ ଆଇଜି

କେନ୍ଦ୍ରାପଡ଼ା – କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ସେ କହିଛନ୍ତି ଯେ, ଭସାଣ ବେଳେ ବାଣ ଫୁଟାଇବା ପାଇଁ ଅନୁମତି ନଥିଲା। ପୋଲିସର ବାରଣ ସତ୍ତ୍ଵେ ବାଣ ମରାଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି।

ଭସାଣ ବେଳେ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିଲା । ବାଣୁଆ ଷ୍ଟକ୍ ରଖିଥିବା ବାଣ ଏକାଥରକେ ଫୁଟିଯାଇଥିଲା ।

Comments are closed.