ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା

ପୁରୀ – ଶ୍ରୀମନ୍ଦିର ଭିତରକୁ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ ହୋଇଛି । ଏନେଇ ପୁରୀ ଏସପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ଶ୍ରୀମନ୍ଦିର ଭିତରେ କର୍ତ୍ତବ୍ୟରତ ପୋଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ପ୍ରବେଶ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀମାନେ ଡ୍ୟୁଟି ଖିଲାପ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ପୁରୀ ଏସପି ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ତେବେ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଜରୁରୀକାଳୀନ ସେବାରେ ନିଯୁକ୍ତ ଅଧିକାରୀଙ୍କୁ ଏଥିରୁ ବାଦ୍ ପଡିବେ ।

Comments are closed.