ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଏଏସଆଇ

ବୌଦ୍ଧ – ଭିଜିଲାନ୍ସ ହାତରେ ଧରାପଡିଲେ ପଡିଲେ ପୋଲିସ ଅଧିକାରୀ । ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଛି । ପୂର୍ବ ମାମଲାକୁ ଚାପି ଦେବାପାଇଁ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏକ ମାମଲାର ତଦନ୍ତ କରିବାକୁ ସେ ଜଣେ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ସୂଚନା ଅନୁଯାୟୀ, ବୌଦ୍ଧ ନୂଆସାହି ସ୍ଥିତ ବୈଜୟନ୍ତ ଅଗ୍ରୋ ମେଶିନରୀରେ କାର୍ଯ୍ୟ କରୁଥିବା ଜଣେ କଲେକ୍ସନ ଏଜେଣ୍ଟ କିଛି ଦିନ ତଳେ ୩ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ। ଏ ନେଇ ବ୍ୟବସାୟୀ ସ୍ୱପ୍ନେଶ୍ୱର ଖୁଣ୍ଟିଆ ବୌଦ୍ଧ କୋର୍ଟରେ କେସ କରିଥିଲେ। କୋର୍ଟ ବୌଦ୍ଧ ଆଦର୍ଶ ଥାନାକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ତଦନ୍ତ ଭାର ଏଏସଆଇ ମଦନ ମୋହନ ପ୍ରଧାନଙ୍କୁ ଦେଇଥିଲେ। ତେବେ ତଦନ୍ତ ଡେରି ହେଉଥିବା ଦେଖି ସଂପୃକ୍ତ ବ୍ୟବସାୟୀ ଚିନ୍ତାରେ ଥିବାବେଳେ ୧୫ ହଜାର ଟଙ୍କା ଦେଲେ ମାମଲାର ତଦନ୍ତ କରିବେ ବୋଲି ଏଏସଆଇ ତାଙ୍କୁ କହିଥିଲେ । ଲାଞ୍ଚ ନଦେଲେ

କେସକୁ ଚାପି ଦେବେ ବୋଲି ଏଏସ ଆଇ ବ୍ୟବସାୟୀଙ୍କୁ କହିବା ପରେ ସେ ଭିଜିଲାନ୍ସ ନିକଟରେ ଫେରାଦ ହୋଇଥିଲେ । ଆଜି ସଂପୃକ୍ତ ପୋଲିସ ବାବୁ ଜଣକ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ତଲାସୀ ବେଳେ ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କା ଜବତ କରାଯିବା ସହ ଗିରଫ କରାଯାଇଛି।

Comments are closed.