ଜିଲ୍ଳା ପ୍ରଶାସନ ତରଫରୁ ପଶ୍ଚିମବଙ୍ଗ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର

ସମ୍ବଲପୁର: ଆଜି ଜିଲ୍ଳା ପ୍ରଶାସନ ନିମନ୍ତେ ଗୋଟିଏ ଆନନ୍ଦର ଦିନ | ଆଜି ଜିଲ୍ଳା ପ୍ରଶାସନ ତରଫରୁ ଜିଲ୍ଳାପାଳ ନିଜେ ଉପସ୍ଥିତ ରହି ରୁକ୍ମୁଣୀ ବାଲ ନିକେତନ ବରଗାଁ ର ଶିଶୁ କନ୍ୟା ଟିକୁ ପଶ୍ଚିମ ବଙ୍ଗର ଦମ୍ପତି ସୁବୀର ଦାସ ଏବଂ ସମା ଦାସ ଙ୍କୁ ପୋଷ୍ୟ ନିୟମ 2022 ଅନୁପାଳନ ପୂର୍ବକ ହସ୍ତାନ୍ତର କରିଛନ୍ତି | ପ୍ରଥମ କରି ପୋଷ୍ୟ ନିୟମ 2022 ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ପୋଷ୍ୟ ଆଦେଶ ଦେଇଛନ୍ତି ଜିଲ୍ଲାପାଳଙ୍କ କୋର୍ଟ ରେ | ପୂର୍ବରୁ ଏହା ଫେମିଲି କୋର୍ଟ ରେ ପୋଷ୍ୟ ଆଦେଶ ଦିଆଯାଉଥିଲା | ହସ୍ତାନ୍ତର ସମୟରେ ପଶ୍ଚିମ ବଙ୍ଗ ଦମ୍ପତି ଏବଂ ଜିଲ୍ଲାପାଳ ସମେତ ଅନ୍ୟ ମାନଙ୍କ ଖୁସିର ମାହଲ ଦେଖିବାକୁ ମିଳିଥିଲା | ସୂଚନା ଯେ, ଏହି ଶିଶୁ କନ୍ୟା କୁ ଗତ ଏପ୍ରିଲ 2022 ମସିହାରେ ପ୍ରଶାସନ ତରଫରୁ ଉଦ୍ଧାର କରି ରୁକ୍ମଣୀ ଲାଠ ବାଲ ନିକେତନ ବରଗାଁ ରେ ଲାଳନ ପାଳନ କରାଯାଉଥିଲା | ଏହି ଶିଶୁ କନ୍ୟା କୁ ପାଇଁ ବଙ୍ଗୀୟ ଦମ୍ପତି ବହୁ ଖୁସି ଅନୁଭବ କରିଥିଲେ | ଜିଲ୍ଳାପାଳ ଶିଶୁ କନ୍ୟା ର ପିତାମାତା ଙ୍କ ସହ ଆଲୋଚନା କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ | ଅନ୍ୟ ମାନଙ୍କ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ |

Comments are closed.