ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ

ବରଗଡ଼: ରାଜ ପୁରୋହିତଙ୍କ ପରାମର୍ଶକ୍ରମେ ଚଳିତ ବର୍ଷ ୭୫ ତମ ବର୍ଷ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ସଫଳ ଆୟୋଜନ ସକାଶେ ଆଜି ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥିରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ବରଗଡ଼ ଜିଲ୍ଲିପାଳ ତଥା ମହୋତ୍ସବ ସମିତି ର ସଭାନେତ୍ରୀ ମୋନୀଷା ବାନାର୍ଜୀ, ମହୋତ୍ସବ ସମିତି ର କାର୍ଯ୍ୟକାରୀ ସଭାପତି ତଥା ଏସପି ସ୍ମିତ ପର୍ମାର ପୁରୁଷୋତ୍ତମ ଦାଶ ପୂଜାରେ ବସିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲେ। ପରେ ହାଟପଦା ସ୍ଥିତ ସଂଚାର ମଣ୍ଡଳୀ ପଡ଼ିଆରେ ପହଞ୍ଚି ପୂଜା କାର୍ଯ୍ୟ ନିର୍ବାହ କରିଥିଲେ।

କାର୍ଯ୍ୟକ୍ରମରେ ମହୋତ୍ସବ ସମିତିର ଉପ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ଵର ଶତପଥୀ ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ରାଜେନ୍ଦ୍ର ପ୍ରସାଦ ସିଂ, କିଶୋର ମିଶ୍ର, ଗୋପାଳ ଦାସ, କଂସ ଭୂମିକାରେ ଅଭନେତା ହୃଷିକେଶ ଭୋଇ, ପୈାର ପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.