ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ହକି ଇଣ୍ଡିଆ ସଭାପତିଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା 

ଭୁବନେଶ୍ବର – ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ହକି ଇଣ୍ଡିଆର ନୂଆ ଯୋଜନା । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ, ଦେଶରେ ରହିଥିବା ସବୁ ହକି ଏକାଡେମୀ, ସ୍ପୋଟ୍‌ର୍ସ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର ( ପେନାଲଟି କର୍ଣ୍ଣର ) କୋଚ୍ ଓ ଗୋଲକିପର କୋଚ୍ ରହିବେ। ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ।

୧୬ ବର୍ଷ ବୟସରୁ କିପରି ଖେଳାଳିମାନେ ଉଚିତ ପ୍ରଶିକ୍ଷଣ ନେଇପାରିବେ, ତାହା ଉପରେ ହକି ଇଣ୍ଡିଆ ଫୋକସ କରୁଛି । ଏଥିପାଇଁ ମଧ୍ୟ ହକି ଇଣ୍ଡିଆ ଯୋଜନା କରୁଛି। ଏହି ଦୁଇଟି ପୋଜିସନ ଆଧୁନିକ ହକି ପାଇଁ ବହୁତ ଜରୁରୀ । ତୃଣମୂଳ ସ୍ତରରେ ଅଧିକ ପୁଅ-ଝିଅ କିପରି ହକିରେ ସାମିଲ କରିବା ଓ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରିବା, ହକି ଇଣ୍ଡିଆ ସେହି ଲକ୍ଷ୍ୟ ରଖିଛି। ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି, ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି। କାରଣ ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି ।

ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକିପର କୋଚ୍ ରହିଛନ୍ତି। ତେଣୁ ସିନିୟର ସ୍ତରରେ ସେମାନଙ୍କ ପ୍ରଦର୍ଶନ ଭଲ ରହୁଛି ।

Comments are closed.