ପୁରୀ – ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗରେ ପୁରୀ ସିଂହଦ୍ବାର ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ବାଂଲାଦେଶର ନାଗରିକ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତର ନାଁ ଆକାଶ ଚୌଧୁରୀ। ସିଂହଦ୍ବାର ପୋଲିସ କହିଛି ଯେ,ଶ୍ରୀଜଗନ୍ନାଥ ମନ୍ଦିରର ଭିତର ପାର୍ଶ୍ବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ନେଇ ଗତ ୧୯ ତାରିଖରେ ଏତଲା ହୋଇଥିଲା । ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ କରି ବାଂଲାଦେଶର ସିଲହେଟ ଜିଲ୍ଲାର ଅନିଲ ଚୌଧୁରୀଙ୍କ ପୁଅ ଆକାଶ ଚୌଧୁରୀକୁ ଗିରଫ କରିଛି। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ସଂପର୍କରେ ଅଧିକ ତଥ୍ୟ ହାସଲ କରି ତାର ଠିକଣା ପାଇଥିଲା। ଏହି ଆଧାରରେ ଅଭିଯୁକ୍ତକୁ ପୁରୀ ଆସିବା ପାଇଁ ନୋଟିସ ଜାରି କରାଯାଇଥିଲା । ପୁରୀ ଆସିଲା ପରେ ଆକାଶକୁ ଗିରଫ କରାଯାଇଛି। ଆକାଶ ଚୌଧୁରୀ ପାଖରୁ ମୋବାଇଲ ଫୋନ୍ ଓ ବାଂଲାଦେଶୀ ପାସ୍ପୋର୍ଟ ଜବତ ହୋଇଛି।
ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହ ଭିଡିଓ ଓ ଫଟୋ ଗତ ୧୮ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ପୋଲିସ କହିଛି।
Comments are closed.