ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପୁଣି ଇଡିରେ ହାଜର ହେଲେ ବିଲଡର ପ୍ରମୋଦ ସ୍ୱାଇଁ 

ଭୁବନେଶ୍ୱର – ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ । ଗତ ୨୯ ତାରିଖରେ ଇଡି ତାଙ୍କୁ ୧୨ ଘଣ୍ଟା ମାରାଥନ ଜେରା କରିଥିଲା । ଅର୍ଚ୍ଚନା ତାଙ୍କ ଘରେ ଭଡାରେ ରହୁଥିଲେ । ସେ ସମୟରେ ଅର୍ଚ୍ଚନାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ଭଡା ଟଙ୍କା ମାଗିବାକୁ ଏହାକୁ ଦେବାକୁ ସେ ମନା କରିଥିଲେ । ଘର ଛାଡିବାକୁ ୫ଲକ୍ଷ ଟଙ୍କା ଦେବାକୁ ଅର୍ଚ୍ଚନା ବ୍ଲାକମେଲ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରମୋଦ। ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ । ଏହ ପରେ ସମାନ ଘରେ ୨୦୧୮ରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ ।

ପ୍ରମୋଦଙ୍କ ଆକାଉଣ୍ଟରୁ ଟଙ୍କା କାରବାର ହୋଇଥିବା ସୁରାକ ପାଇବା ପରେ ସମନ କରିଥିଲା ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ତାର ଖିଅ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଥିଲା ତାହାର ତଦନ୍ତ କରୁଛି ଇଡି ।

Comments are closed.