କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ 

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟ ପରିସରରେ ଏକ ଅଘଟଣକୁ ଏଡ଼ାଇ ଦେଇଛି ପୁଲିସ। ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟ ପରିସରରେ ନିଜ ଦେହରେ କିରାସିନି ପକାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ରେଗିଡ଼ି ଅଞ୍ଚଳର ମହିଳା ଜଣକ କେଉଁ କାରଣରୁ ଏସଡିଜେଏମ୍ କୋର୍ଟକୁ ଆସିଥିଲେ ଓ କାହିଁକି ଏଭଳି କରିଥିଲେ ତାହା ଜଣା ପଡ଼ିନାହିଁ। କିନ୍ତୁ ସେ ଏଭଳି କରୁଥିବା ବେଳେ ସେଠାରେ ମୁତୟନ ପୁଲିସ କନଷ୍ଟେବଳ ଆର୍.ଆର୍. ଦାଶ ତାଙ୍କୁ କାବୁ କରି ନେଇଥିଲେ I କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଏକ ବଡ଼ ଅଘଟଣକୁ ଏଡାଇ ଦେଇ ପାରିଛି। ଘଟଣା ପରେ ପୁଲିସ ପଦସ୍ଥ ଅଧିକାରୀମାନେ ପହଞ୍ଚିଛନ୍ତି। ସାନଖେମୁଣ୍ଡି ବିଧାୟକ ରମେଶ ଜେନା କୋର୍ଟରେ ଆଜି ହାଜର ହେବାର ତାରିଖ ଥିଲା। ସେ ଆସିବାର କିଛି ସମୟ ପୂର୍ବରୁ ଏହି ଘଟଣା ଘଟିଥିଲା। ଏହା ପରେ କୋର୍ଟ ପରିସରରେ ପୁଲିସ ମୁତୟନ ଓ ଯାଞ୍ଚ କଡ଼ାକଡ଼ି କରାଯାଇଛି।ନିକଟରେ ଏସଡିଜେଏମ୍ କୋର୍ଟ ପରିସରରେ ଜଣେ ବ୍ୟକ୍ତି ବିଚାରପତିଙ୍କ ବେକରେ ଛୁରି ଲଗାଇ ଆକ୍ରମଣ କରିଥିଲା।

Comments are closed.