ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା, କହିଲେ ୨୦୨୩ ସୁଦ୍ଧା ଜିଲ୍ଲା ସ୍ୱପ୍ନ ହେବ ସାକାର, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ

ପଦ୍ମପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଥମେ ଝାରବନ୍ଧରେ ଜନସଭା କରି ଭୋଟ ମାଗିଥିଲେ । ପରେ ସେ ପାଇକମାଳରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । ଶେଷରେ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହିସଭାରେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ।

ପଦ୍ମପୁରରେ ନିର୍ବାଚନୀ ସଭାରେ ନବୀନ କହିଛନ୍ତି ଯେ ବିଜେଡି ଗରିବ ଲୋକଙ୍କ ହକ୍ ପାଇଁ ଲଢୁଛି । କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮ପ୍ରତିଶତ ଜିଏସଟି ଲଗାଉଛି ହେଲେ ସୁନା ଦୋକାନୀ ମାତ୍ର ୩ ପ୍ରତିଶତ ଜିଏସଟି ଦେଉଛନ୍ତି । ଫସଲବୀମା ଯୋଜନା କେନ୍ଦ୍ରର । ପଦ୍ମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡିରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ ଭାଙ୍ଗିଲା ବୋଲି କହିଛନ୍ତି ନବୀନ ।

Comments are closed.