ଦୁର୍ଘଟଣାରେ ଆହତ ମହିଳାଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ ବିଜେଡି ନେତା ପ୍ରଦୀପ ମାଝୀ

ପଦ୍ମପୁର – ବିଜେଡି ନେତା ପ୍ରଦୀପ ମାଝୀଙ୍କ ମାନବିକତା । ପଦ୍ମପୁରରେ ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ବସିଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ପ୍ରଦୀପ । ସଂପୃକ୍ତ ଆହତ ମହିଳାଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଇଥିଲେ ପ୍ରଦୀପ ମାଝୀ । ବିଜେଡି ପାଇଁ ପଦ୍ମପୁରରେ ପ୍ରଦୀପ ନିର୍ବାଚନ ପ୍ରଚାର କରିବା ପାଇଁ ସେଠାରେ ରହିଛନ୍ତି।

Comments are closed.