‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ଦିନ: ୧୮୦ ସଂସ୍ଥାରୁ ଆସିଲା ପୁଞ୍ଜି ନିବେଶ ଆଗ୍ରହ

ଭୁବନେଶ୍ୱର: ‘ମେକ୍ ଇନ୍ ଓଡ଼ିଶା-୨୦୨୨’ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ଟି ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥାରୁ ମୋଟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଶିଳ୍ପ ସଚିବ କହିଛନ୍ତି ଯେ, କେବଳ ଆଜି ଗୋଟିଏ ଦିନରେ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଆଜି ୪୬ ମିନେରଲ ମେଟାଲ, ଡାଉନ ଷ୍ଟ୍ରିମ ଶିଳ୍ପ, ୪୩ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ଆଇଟି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି କ୍ୟାମିକାଲ୍ସ ଓ ପ୍ଲାଷ୍ଟିକ, ୧୪ଟି ଏଗ୍ରି ବିଜନେସ, ୯ଟି ବୟନ ଓ ପୋଷାକ ଶିଳ୍ପ ଏବଂ ୫ଟି ଏଗ୍ରି ମାର୍କେଟିଂ ସଂସ୍ଥା ରାଜ୍ୟରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବୋଲି ଶିଳ୍ପ ସଚିବ ସୂଚନା ଦେଇଛନ୍ତି।

Comments are closed.