ରମାଦେବୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ରମାଦେବୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ନାରୀନେତ୍ରୀ ରମାଦେବୀ ଚୌଧୁରୀଙ୍କ ଆଜି ଜୟନ୍ତୀ । ଜୟନ୍ତୀରେ ମହାନ ନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ରମାଦେବୀ ଚୌଧୁରୀଙ୍କ ନିଃସ୍ୱାର୍ଥପର ଜନସେବା ମନୋଭାବ, ଅମାପ ଦେଶପ୍ରେମ, ସମାଜର ଅବହେଳିତଙ୍କ ଉନ୍ନତି ସହ ଶିକ୍ଷାର ପ୍ରସାର ଦିଗରେ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ।