ରାଧାନାଥ ରଥଙ୍କ ସୃଜନସୃଷ୍ଟି ଆଜି ବି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ : ମୁଖ୍ୟମନ୍ତ୍ରୀ  | News Room Odisha

ରାଧାନାଥ ରଥଙ୍କ ସୃଜନସୃଷ୍ଟି ଆଜି ବି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଆଜି ଯଶସ୍ୱୀ ସାରସ୍ୱତ ସାଧକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଧାନାଥ ରଥଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ସାହିତ୍ୟ ଜଗତରେ ରାଧାନାଥ ରଥଙ୍କ ସୃଜନସୃଷ୍ଟି ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସମାଜସେବା ସହ ସାମ୍ବାଦିକତା ତଥା ରାଜନୀତି କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।