ରାଜ୍ୟସଭାର ପୁନର୍ଗଠିତ ଉପାଧ୍ୟକ୍ଷ ପ୍ୟାନେଲକୁ ପୁନଃ ମନୋନୀତ ହେଲେ ଡକ୍ଟର ସସ୍ମିତ ପାତ୍ର

ନୂଆଦିଲ୍ଲୀ – ରାଜ୍ୟସଭାର ପୁନର୍ଗଠିତ ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ପୁଣି ସ୍ଥାନ ପାଇଛନ୍ତି। ଏହି ପ୍ୟାନେଲ ଗତକାଲି ପୁନର୍ଗଠନ କରାଯାଇଥିଲା । ପ୍ୟାନେଲର ସଦସ୍ୟମାନେ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ପରିଚାଳନା କରିପାରିବେ। ପୂର୍ବରୁ ମଧ୍ୟ ଏହି ପ୍ୟାନେଲରେ ରହିଥିଲେ ସସ୍ମିତ ପାତ୍ର । ପ୍ୟାନେଲର ଅନ୍ୟ ସଦସ୍ୟମାନେ ହେଲେ ଭୁବନେଶ୍ୱର କଲିତା, ଡକ୍ଟର ଏଲ. ହନୁମନ୍ତୟା, ତିରୁଚି ଶିବା, ସୁଖେନ୍ଦୁ ଶେଖର ରୟ, ସରୋଜ ପାଣ୍ଡେ, ସୁରେନ୍ଦ୍ର ସିଂହ ନାଗର ଓ ଶ୍ରୀ ବିଜୟସାଇ ରେଡ୍ଡୀ।

Comments are closed.