ବଡ଼ ଦେଉଳ ଉପରେ ଡ୍ରୋନ ଉଡାଇଥିବା ଯୁବକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଏସପି

ପୁରୀ – ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ । ଗତ ୩ ତାରିଖରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିଥିବାର ଏକ ଭିଡିଓ ଦେଖିବାକୁ ଭମିଳିଥିଲା । ଡ୍ରୋନ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିଲା । ପୋଲିସ ତାଙ୍କୁ ନୋଟିସ ଜାରି କରିଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ ସେନେଇ ସ୍ବତନ୍ତ୍ର ନିୟମ ରହିଛି । ଏହି ନିୟମ ସମସ୍ତେ ପାଳନ କରିବା ଉଚିତ ବୋଲି ଏସପି କହିଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କରି ଅଭିଯୁକ୍ତ ଅନିମେଷ ଶ୍ରୀମନ୍ଦିର ଉପରେ କିଭଳି ଡ୍ରୋନ୍ ଉଡାଇଲା ସେନେଇ ସବିଶେଷ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ବିନା ଅନୁମତିରେ ଅନିମେଷ କିଭଳି ଭାବେ ୟୁଟ୍ୟୁବ ଭିଡିଓରେ ପୋଲିସର ଲୋଗୋ ବ୍ୟବହାର କରିଥିଲା । ସେନେଇ ମଧ୍ୟ ତଦନ୍ତ କରାଯାଉଛି । ସିଟି ଡିଏସପିଙ୍କ ନେତୃତ୍ବରେ 3ଜଣ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଠାରୁ ସବିଶେଷ ତଥ୍ୟ ହାସଲ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

Comments are closed.