ବେଆଇନ କୋଠା ନିର୍ମାଣ: ବ୍ରହ୍ମପୁରର ୧୫୦ କୋଠା ମାଲିକଙ୍କୁ ନୋଟିସ୍ 

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସହରରେ ଅବୈଧ ତଥା ବେଆଇନ ନିର୍ମାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି। ବିଏମସିର ଅନୁମତି ବିନା କୋଠା ନିର୍ମାଣ କରିଥିଲେ ସେମାନେ ମହାନଗର ନିଗମ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବେ। ମହାନଗରର ୧୫୦ କୋଠା ମାଲିକଙ୍କୁ ନୋଟିସ୍ ଜାରି କରାଯାଇଥିବା ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ଜେ. ସୋନାଲ। ଏଥିରୁ ସଂଖ୍ୟାଧିକ ବ୍ୟବସାୟିକ ଅନୁଷ୍ଠାନ ଓ ଆବାସିକ କୋଠା ରହିଛି। ସେଥିରୁ ୧୦୦ ଜଣ ନିୟମ ବହିର୍ଭୁତ ନିର୍ମାଣ କାର୍ଯ୍ୟ କରିଥିବା ବେଳେ ୫୦ ଜଣ ଅକ୍ୟୁପାନ୍ସି ସାର୍ଟିଫିକେଟ ଗ୍ରହଣ କରିନାହାନ୍ତି। ୧୫ ଦିନ ମଧ୍ୟରେ ସମ୍ପୃକ୍ତ କୋଠା ମାଲିକ ପ୍ରଦତ୍ତ ନୋଟିସର ସନ୍ତୋଷଜନକ ତଥା ଯୁକ୍ତିଯୁକ୍ତ ଉତ୍ତର ରଖିବେ। ନଚେତ୍ ବିଏମସି ଓ ବିଡିଏ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।

Comments are closed.