କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ମୃତ 

ଫୁଲବାଣୀ – କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ ବେଳେ ଏହି ଘଟଣା ଘଟିଛି। ସୁରକ୍ଷାକର୍ମୀମାନେ ଗୋଛାପଡ଼ା-କଣ୍ଟାମାଳ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ଥିବା ମାଓ କ୍ୟାମ୍ପକୁ ଧ୍ବସ୍ତ କରିଦେଇଛନ୍ତି । ଗୋଛାପଡ଼ା ଥାନା ଅନ୍ତର୍ଗତ ମାଲାକେରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ସୁରକ୍ଷାବାହିନୀ।

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ‌କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବାବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Comments are closed.