ମହଙ୍ଗା ପଡିଲା ଛାତ୍ରୀଙ୍କୁ ରାଗିଂ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୭ ଛାତ୍ର ବହିଷ୍କୃତ

ବ୍ରହ୍ମପୁର – ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଗିଂ ଘଟଣାରେ କର୍ତ୍ତୃପକ୍ଷ ୭ ଜଣ ଅଭିଯୁକ୍ତଙ୍କୁ ବହିଷ୍କାର କରିଛନ୍ତି। ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ ଅଧ୍ୟକ୍ଷ ୭ ଜଣ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି। ଜଣେ ଛାତ୍ରୀଙ୍କୁ ରାଗିଂ ନେଇ ନଭେମ୍ବର ୧୯ ତାରିଖରେ ଅଭିଯୋଗ ହୋଇଥିଲା।

ସିନିୟର ଛାତ୍ରମାନେ ଛାତ୍ରୀଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ବାବଦରେ ବ୍ରହ୍ମପୁର ଏସପି, ଟାଉନ ଥାନା ଆଇଆଇସିକୁ ଜଣାଇ ଦିଆଯାଇଛି। ବହିଷ୍କୃତ ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟ କ୍ୟାମ୍ପସ ସଂପୂର୍ଣ୍ଣ ବାରଣ କରାଯାଇଛି। ଯଦି ସେମାନେ ଆସନ୍ତି , ତାହାହେଲେ ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

Comments are closed.