ସଂସଦର ଶୀତ ଅଧିବେଶନ: ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ବିଜେଡି, ଫୋକସରେ ମହିଳା ସଂରକ୍ଷଣ ବିଲ | News Room Odisha

ସଂସଦର ଶୀତ ଅଧିବେଶନ: ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ବିଜେଡି, ଫୋକସରେ ମହିଳା ସଂରକ୍ଷଣ ବିଲ

ନୂଆଦିଲ୍ଲୀ – ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ବିଜେଡି । ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳୀୟ ସାଂସଦମାନେ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । ଆୟୁଧ କରିବେ। ଅଧିବେଶନରେ ମହିଳା ସଂରକ୍ଷଣ ସଂକ୍ରାନ୍ତ ବିଲ୍‍ ସଂସଦରେ ଗୃହୀତ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି। ଏପରିକି ଏହି ପ୍ରସଙ୍ଗରେ ବିଜେଡି ଅନ୍ୟ ରାଜନୈତିକ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ଦଳୀୟ ସାଂସଦମାନେ କହିଛନ୍ତି।

ଦଳୀୟ ସାଂସଦମାନ କୃଷି ବିକାଶ ଓ କୃଷକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଠାରୁ ଆରମ୍ଭ କରି ରେଳ ଚଳାଚଳ, ଗ୍ରାମୀଣ ଆବାସ, ପାନୀୟଜଳ ଯୋଗାଣ ଆଦି ପ୍ରସଙ୍ଗରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇବେ। ଏହାଛଡା କେନ୍ଦୁପତ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରୁ ଜିଏସ୍‍ଟି ହ୍ରାସ, ଉଷୁନା ଚାଉଳ ଉଠାଣ, ବକେୟା କେନ୍ଦ୍ରୀୟ ଅନୁଦାନ ପ୍ରଦାନ, କୋଇଲା ରାଜଭାଗ ବୃଦ୍ଧି ପ୍ରସଙ୍ଗରେ ଦଳୀୟ ସାଂସଦମାନେ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି।