ପଦ୍ମପୁର ଉପନିର୍ବାଚନ, ହାଟ୍ରିକ୍ ଭାବେ ବିଜେଡି ଆଗୁଆ

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ତୃତୀୟ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେଡିରୁ ବର୍ଷା ସିଂ ବରିହା ଲଗାତାର ତିନି ରାଉଣ୍ଡରେ ଆଗରେ ରହିଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ତୁଳନାରୁ ବର୍ଷା ସିଂ ବରିହାଙ୍କୁ ଭୋଟ୍ ଅଧିକ ମିଳିଛି ।
ତୃତୀୟ ରାଉଣ୍ଡରେ ବର୍ଷାଙ୍କୁ ୫୩୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୩୧୭୧ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ୧୦୮ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ମୋଟ ଶତକଡା ଉପରେ ବିଜେଡିକୁ ୫୮.୩୧ , ବିଜେପିକୁ ୩୭.୧୮ ଓ କଂଗ୍ରେସକୁ ୧.୭୪ ଭୋଟ୍ ମିଳିଛି । ସେହିପରି ନୋଟା ଭୋଟ୍ ୧ ଶତକଡା ରହିଛି ।

Comments are closed.