ପଦ୍ମପୁର ଉପନିର୍ବାଚନ: ୫୮.୭୮ ଶତକଡା ଭୋଟରେ ବିଜେଡି ଆଗୁଆ

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ଚତୁର୍ଥ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେଡିରୁ ବର୍ଷା ସିଂ ବରିହା ୪ ର୍ଥ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ।

ତୃତୀୟ ରାଉଣ୍ଡରେ ବର୍ଷାଙ୍କୁ ୫୯୨୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୩୫୦୯ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ୨୦୬ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ମୋଟ ଶତକଡା ଉପରେ ବିଜେଡିକୁ ୫୮.୭୮ (୨୧, ୫୩୭) ବିଜେପିକୁ ୩୬.୭୭ (୧୩,୬୫୯) ଓ କଂଗ୍ରେସକୁ ୧.୬୬ (୬,୧୬) ଭୋଟ୍ ମିଳିଛି । ସେହିପରି ନୋଟା ଭୋଟ୍ ୧.୦୪ (୩,୮୭) ଶତକଡା ରହିଛି ।

Comments are closed.