ପଦ୍ମପୁର ଉପନିର୍ବାଚନ: ପଞ୍ଚମ ରାଉଣ୍ଡରେ ୮୩୮୨ ଭୋଟରେ ବିଜେଡି ଆଗୁଆ

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ପଞ୍ଚମ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେଡିରୁ ବର୍ଷା ସିଂ ବରିହା ୫ ମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ।

ବର୍ଷାଙ୍କୁ ୪୩୬୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୪୧୫୭ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ୨୨୯ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ମୋଟ ବିଜେଡିକୁ ୨୬, ୧୯୮ ବିଜେପିକୁ ୧୭,୮୧୬ ଓ କଂଗ୍ରେସକୁ ୮,୪୫ ଭୋଟ୍ ମିଳିଛି । ସେହିପରି ନୋଟା ଭୋଟ୍ ୪,୭୩ ରହିଛି ।

Comments are closed.