ପଦ୍ମପୁର ଉପନିର୍ବାଚନ: ଷଷ୍ଠ ରାଉଣ୍ଡରେ ୧୦୭୦୪ ଭୋଟରେ ବିଜେଡି ଆଗୁଆ

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ଷଷ୍ଠ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେଡିରୁ ବର୍ଷା ସିଂ ବରିହା ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ।
ବର୍ଷାଙ୍କୁ ୫୬୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୩୩୬୬ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ୧୨୫ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

Comments are closed.