ବୃହତ ବିଜୟ ଆଡକୁ ବିଜେଡି

ବରଗଡ: ବୃହତ ବିଜୟ ଅଭିମୁଖେ ବିଜେଡି। ପଦ୍ମପୁର ଉପନିର୍ବାଚନର ଆଜି ଚାଲିଥିବା ଗଣତିରେ ବର୍ତ୍ତମାନ ସୁଦ୍ଧା ଦଶମ ରାଉଣ୍ଡ ସରିଥିବା ବେଳେ ୧୭ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ବରିହା ସିଂ ଆଗରେ ରହିଛନ୍ତି। ଆଉ ଏହି ଟ୍ରେଣ୍ଡ ହିଁ ବିଶାଳ ବିଜୟର ସୂଚନା ବୋଲି ଆକଳନ ହେଲାଣି। ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୪୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜେଡିର ବିଜୟ ହେବା ନେଇ ଆଶା ଉଜ୍ବଳ ହେଲାଣି। ଦଶମ ରାଉଣ୍ଡ ସୁଦ୍ଧା ବର୍ଷା ୫୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୩୨୦୦୦ ଭୋଟ ଏବଂ କଂଗ୍ରେସ ମାତ୍ର ୧୮୦୦ ଭୋଟ ପାଇଛି।

Comments are closed.