ପଦ୍ମପୁର ଉପନିର୍ବାଚନ: ୨୨ ରାଉଣ୍ଡ ସୁଦ୍ଧା ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନ ରଖିଛି ବିଜେଡି

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଶଷେ ସୀମାରେ ପହଂଚିବାକୁ ବସିଲାଣି ।ପ୍ରଥମ ରାଉଣ୍ଡରୁ ବର୍ତ୍ତମାନ ଯାଏ ସବୁଥିରେ ବିଜେଡି ପ୍ରାର୍ଥୀ ଆଗରେ ରଖିଥିବା ବେଳେ
ବର୍ତ୍ତମାନ ୨୨ ନମ୍ବର ରାଉଣ୍ଡର ଫଳାଫଳ ଘୋଷଣା ହୋଇଛି । ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ୪୯୭୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୨୪୬୭ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୦୫ ଖଣ୍ଡ ଭୋଟ୍ ମିଳିଥିବା ନେଇ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେଡିର ଭୋଟ୍ ବ୍ୟବଧାନ ନିକଟତମ ପ୍ରତିଦ୍ବନ୍ଦି ଠାରୁ ମୋଟ୍ ୪୦୬୨୬ ରହିଛି ।

Comments are closed.