ପଦ୍ମପୁର ବିଜୟ ଉତ୍ସବ ପାଳିଲେ ବ୍ରହ୍ମପୁରର ବିଜେଡି ନେତା  | News Room Odisha

ପଦ୍ମପୁର ବିଜୟ ଉତ୍ସବ ପାଳିଲେ ବ୍ରହ୍ମପୁରର ବିଜେଡି ନେତା 

ବ୍ରହ୍ମପୁର: ପଦ୍ମପୁରର ପସନ୍ଦ କେବଳ ନବୀନ। ବିକାଶର ଧାରାକୁ ଆଗେଇ ନେବାକୁ ବିଜେଡି ଦଳର ସୁଶାସନ, ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ସମ୍ମାନ ତଥା ସମର୍ଥନ ଜଣାଇ ଦଳୀୟ ପ୍ରାର୍ଥୀ ବର୍ଷା ବରିହାଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରାଇଛନ୍ତି ପଦ୍ମପୁର ବାସିନ୍ଦା। ଏହି ବିଜୟକୁ ଧୁମଧାମରେ ବ୍ରହ୍ମପୁରରେ ପାଳିଛନ୍ତି ସ୍ଥାନୀୟ ବିଜେଡି ନେତୃବୃନ୍ଦ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ୍ଡୀ ଏବଂ ଅନ୍ୟ ବହୁ ନେତା ପରସ୍ପରକୁ ମିଠା ଖୁଆଇ, ବାଣ ଫୁଟାଇ ଓ ଅଭିନନ୍ଦନ ଜଣାଇ ବିଜୟ ମନାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥନରେ ସ୍ଲୋଗାନବାଜୀ କରିଥିଲେ। ବିଜେଡି ବିଜୟ ସ୍ଲୋଗାନରେ କମ୍ପି ଉଠିଥିଲା ବ୍ରହ୍ମପୁର ଗିରିଜା ରେଷ୍ଟୁରାଣ୍ଟ ଛକ। ଯୁବ ବିଜେଡି, ଛାତ୍ର ବିଜେଡି ଓ ମହିଳା ବିଜେଡିର ବହୁ କର୍ମକର୍ତ୍ତା ଖୁସିର ଅବସରରେ ଆନନ୍ଦ ଉଲ୍ଲାସର ସହିତ ସାମିଲ ହୋଇଥିଲେ।