ହତ୍ୟା ମାମଲାରେ ଏତଲା ନ ରଖିବାରୁ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର – ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହାଇକୋର୍ଟ ଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଇନଫୋସିଟି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ଘଟଣାରେ ଅଭିଯୁକ୍ତ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମୃତକଙ୍କ ବାପାଙ୍କଠାରୁ ଇନ୍‌ଫୋସିଟି ଥାନା ଆଇଆଇସି ସମୀତା ମିଶ୍ର ଏତଲା ନରଖିବାରୁ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। ସେଥିପାଇଁ ଆଇଆଇସି ସମିତା ମିଶ୍ରଙ୍କୁ ବର୍ଷେ ଫିଲ୍‌ଡ ପୋଷ୍ଟିଂ ନ ଦେବାକୁ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡା ଆଇଆଇସି ସମିତା ମିଶ୍ର ଆଗାମୀ ଦିନରେ କେମିତି ମାମଲା ଗୁଡ଼ିକ ପ୍ରତି ସମ୍ବେଦନଶୀଳ ହେବେ, ସେଥିପାଇଁ ତାଙ୍କୁ ଟ୍ରେନିଂରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହାସହ ନିଜେ ଡିସିପି ଏହି ମାମଲାର ତଦାରଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.