ଗଣମାଧ୍ୟମର ନୈତିକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବାକୁ ହେବ : ମୁଖ୍ୟମନ୍ତ୍ରୀ | News Room Odisha

ଗଣମାଧ୍ୟମର ନୈତିକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବାକୁ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବର୍ତ୍ତମାନ ସମୟରେ ଗଣମାଧ୍ୟମ ସବୁଠି ନିଜର ଉପସ୍ଥିତି ଜାହିର କରିଛି। ଖବର ଏବେ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛି। ଏପରି ଆହ୍ୱାନପୂର୍ଣ୍ଣ ସମୟରେ ଗଣମାଧ୍ୟମର ନୈତିକତା, ସତ୍ୟତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବା ଦିଗରେ କାର୍ଯ୍ୟ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ଏହି ଆହ୍ୱାନ ଦେଇଛନ୍ତି । ଦୈନିକ ‘ପ୍ରମେୟ’ର ବାର୍ଷିକ ଉତ୍ସବରେ ସାମିଲ ହୋଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମେୟର ସବୁ କର୍ମଚାରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଏକ ଅଗ୍ରଣୀ ଗଣମାଧ୍ୟମ ପ୍ରତିଷ୍ଠାନ ଭାବେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଖବର ସାମ୍ନାକୁ ଆଣି ଦାୟିତ୍ୱର ସହ ଏହା ନିଜ ଭୂମିକା ନିର୍ବାହ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।